ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରାରେ ଆଉ ଏକ ନୂତନ ରେକର୍ଡ ଯୋଡ଼ି ହୋଇଛି। ଜୁଲାଇ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ୪୦୭୮ ଦିନର କାର୍ଯ୍ୟକାଳ ପୂରଣ କରିବା ସହିତ ଭାରତର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡକୁ ଅତିକ୍ରମ କରି ଲଗାତାର ଭାବରେ ଭାରତର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ସହିତ ସେ ରାଜ୍ୟ ଏବଂ କେନ୍ଦ୍ର ସମେତ ଲଗାତାର ୨୪ ବର୍ଷ ପାଇଁ ସରକାରର ନେତୃତ୍ୱ ନେଇଛନ୍ତି, ଯାହା ସମସ୍ତ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ରେକର୍ଡ। ସୂଚନା ଯୋଗ୍ୟ; ଇନ୍ଦିରା ଗାନ୍ଧୀ ୨୪ ଜାନୁଆରୀ ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଲଗାତାର ୪୦୭୭ ଦିନ ପାଇଁ ପ୍ରଧାନମନ୍ତ୍ରୀ ଥିଲେ। ଯେତେବେଳେ ମୋଦୀ ୨୫ ଜୁଲାଇ ୨୦୨୫ରେ ତାଙ୍କ କାର୍ଯ୍ୟକାଳର ୪୦୭୮ ଦିନ ପୂରଣ କରୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରରେ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାରଙ୍କ ମୁଖ୍ୟ ଭାବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତାରେ ଏହା ଆଉ ଏକ ମାଇଲଖୁଣ୍ଟ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସର୍ବାଧିକ ଦିନ ପାଇଁ ପ୍ରଧାନମନ୍ତ୍ରୀ ହେବା କ୍ଷେତ୍ରରେ ଶୀର୍ଷରେ ଅଛନ୍ତି। ସେ ୧୫ ଅଗଷ୍ଟ ୧୯୪୭ରୁ ୨୭ ମଇ ୧୯୬୪ ପର୍ଯ୍ୟନ୍ତ ଅର୍ଥାତ୍ ମୋଟ ୬୧୨୬ ଦିନ ନିରନ୍ତର ଏହି ପଦବୀରେ ରହିଥିଲେ। Post navigation ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜରେ ସମସ୍ତ ସ୍କୁଲ୍ ଛୁଟି ଖୋର୍ଦ୍ଧାରେ ବାର୍ଡଫ୍ଲୁ ଚିହ୍ନଟ