ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆସନ୍ତା ୨୧ ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଥିବା ଗଣ ଦୌଡର ଜର୍ସି ଉନ୍ମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି।

ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଛି। ଏହି ଗଣଦୌଡକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏକ ମହତ ବାର୍ତ୍ତା ନେଇ ଆୟୋଜନ ହେଉଥିବା ଏହି ଗଣଦୌଡରେ ବିପୁଳ ସଂଖ୍ୟକ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *