ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଅଞ୍ଚଳର ଯୁବତୀ ମୃତ୍ୟୁ ଘଟଣାର ହେଲା ପର୍ଦ୍ଦାଫାଶ । ପୁରୁଷ ବନ୍ଧୁ ଦିନେଶ୍ୱର ସରାବୁଙ୍କ ଅନ୍ୟତ୍ର ବିବାହ ଠିକ୍ ହେବାରୁ ପ୍ରେମିକାକୁ ହତ୍ୟା କରିଥିବା କଥା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଆଦିତ୍ୟ ସେନ୍ ସ୍ପଷ୍ଟ କରିଛନ୍ତି । ତଣ୍ଟି ଚିପି ହତ୍ୟା କରି ମୃତ ଦେହକୁ ଫିଙ୍ଗି ଦେଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି । ଘଟଣା ଅନୁଯାୟୀ, ଗତକାଲି ଯୁବତୀ ଜଣକ ଶୌଚ ପାଇଁ ଘର ନିକଟସ୍ଥ ପଡ଼ିଆକୁ ଯାଇଥିବା ବେଳେ ସେ ଫେରି ନଥିଲେ । ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । Post navigation ରାଜ୍ୟରେ ଖୋଲିବ ୩ଟି ନୂଆ ଭିଜିଲାନ୍ସ କୋର୍ଟ, ୮ଟି ଏଡିଜେ କୋର୍ଟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ