ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ହେବ ଖୁଲାସା। ନବଦାସଙ୍କ ହତ୍ୟାକାଣ୍ଡକୁ ତିନି ବର୍ଷ ପୂରିଛି କିନ୍ତୁ ହତ୍ୟାକାଣ୍ଡର କାରଣ ରହସ୍ୟରେ ରହିଛି। ଏହାରି ମଧ୍ୟରେ ଆଜି ନବ ଦାସଙ୍କ ହତ୍ୟା ମାମରେ ଖୁବ୍‌ଶୀଘ୍ର ଖୁଲାସା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ କହିଛନ୍ତି ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି । ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ । ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ । ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ଖୁଲାସା ହୋଇ ନିର୍ଯାସ ବାହାରିବ ।

ପ୍ରକାଶ ଯୋଗ୍ୟ, ନବଦାସଙ୍କ ହତ୍ୟାକାଣ୍ଡକୁ ତିନି ବର୍ଷ ପୂରିଛି। ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୩ ବର୍ଷ । ହେଲେ ଏବେ ବି ଅସମାପ୍ତ ରହସ୍ୟ । କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନି। ପରିବାର ଲୋକ CBI ତଦନ୍ତ ଦାବି କରିଛନ୍ତି । ୨୯ ଜାନୁଆରୀ ୨୦୨୩ରେ, ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ସାଧାରଣ ସଭାରେ ଯୋଗଦେବାକୁ ବ୍ରଜରାଜନଗର ଯାଇଥିଲେ । ଦିନ ୧୨ଟାରେ ବ୍ରଜରାଜନଗରରେ ପହଞ୍ଚିଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ । ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ପୋଲିସ ASI ଗୋପାଳ ଦାସ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲା ।

ଏହାପରେ ୧୯ ମାର୍ଚ୍ଚ ୨୦୨୫ ରେ ନବ ଦାସଙ୍କ ଝିଅ ଦିପାଲି ଦାସ, ପୁଅ ବିଶାଳ ଦାସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବିପତ୍ର ଦେବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନ୍ୟାୟ ମିଳିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପରେ ପରେ କ୍ରାଇମବ୍ରାଂଚ ମଧ୍ୟ ପୁନ ତଦନ୍ତ ଆରମ୍ଭ କରିଥିଲା।

ଗତକାଲି ନବ ଦାସଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀରେ ଝିଅ ଦୀପାଳି ଦାସ କହିଥିଲେ ଯେ ସିବିଆଇ ତଦନ୍ତ ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଇଛୁ ଆଗାମୀ ଦିନରେ ସବୁ କିଛି ଠିକ୍ ଭାବରେ ହେବ ବୋଲି କହିଥିଲେ ।

 

Leave a Reply

Your email address will not be published. Required fields are marked *