ମୁମ୍ବାଇ ମୁଣ୍ଡଜାମିନ ଘଟଣାରେ ୧୭ ପିଲା ସୁରକ୍ଷିତ ଉଦ୍ଧାର । ୩ ଘଣ୍ଟାର ହାଇଡ୍ରାମା ପରେ ପୁଲିସ ଗୁଳିରେ ପିଲାଙ୍କୁ ପଣବନ୍ଦୀ ରଖି ଆତଙ୍କ ସୃଷ୍ଟି କରିଥିବା ରୋହିତ ଆର୍ଯ୍ୟ ନାମକ ଜଣେ ବ୍ୟକ୍ତି ପୋଲିସ ଗୁଳିରେ ମୃତ ହୋଇଛି। ପୱାଇର ଏକ ଷ୍ଟୁଡିଓରେ ମୁଣ୍ଡଜାମିନ ରଖିଥିଲା ଯୁବକ। ସୁଟିଂ କାର୍ଯ୍ୟରେ ପିଲାମାନେ ଆସିଥିଲା ବେଳେ ମୁଣ୍ଡଜାମିନ କରିଥିଲା ଯୁବକ । ଉଦ୍ଧାର କାର୍ଯ୍ୟ ସମୟରେ ଗୁଳି ବାଜିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ସହ ଏହି ଗୁଳି ବିନିମୟରେ ଜଣେ ବରିଷ୍ଠ ନାଗରିକ ମଧ୍ୟ ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ବାଲାସାହେବ ଠାକରେ ଟ୍ରମା ହସ୍ପିଟାଲକୁ ପଠାଯାଇଛି। ସୂଚନା ଯୋଗ୍ୟ; ଆରଏ ଷ୍ଟୁଡିଓ ନାମକ ଏକ ଛୋଟ ଫିଲ୍ମ ଷ୍ଟୁଡିଓରେ ଆର୍ଯ୍ୟ ପିଲାମାନଙ୍କ ଏକ ଗୋଷ୍ଠୀକୁ ଅଡିସନ୍ ଦେବା ବାହାନାରେ ପ୍ରଲୋଭିତ କରିଥିଲେ। ଗୁରୁବାର ଉକ୍ତ ଷ୍ଟୁଡିଓକୁ ପାଖାପାଖି ୧୦୦ ଶିଶୁ ଅଡିସନ ଦେବାକୁ ଆସିଥିଲେ। ହେଲେ ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ସେଠାକୁ ଆସି ୧୭ ଶିଶୁଙ୍କୁ ପଣବନ୍ଦୀ କରି ରଖିଥିଲେ। ଶେଷରେ ଅଭିଯୁକ୍ତ ଜଣକ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲା। ଭିଡିଓରେ ଯୁବକ ଜଣଙ୍କ କହିଥିଲା ଯେ, ମୁଁ କୌଣସି ଆତଙ୍କବାଦୀ ନୁହଁ କି ଟଙ୍କା ପାଇଁ ପିଲାମାନଙ୍କୁ ପଣବନ୍ଦୀ ରଖିନାହିଁ। କିଛି ଲୋକଙ୍କଠାରୁ ମୋତେ ଉତ୍ତର ଦରକାର। ମୁଁ ଯୋଜନାବଦ୍ଧ ଭାବେ ପିଲାମାନଙ୍କୁ ପଣବନ୍ଦୀ ରଖିଛି। ଯଦି ମୋ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ ମୁଁ ପିଲାମାନଙ୍କ ଶରୀରରେ ନିଆଁ ଲଗାଇଦେବି। ରୋହିତର ଏପରି ଧମକ ଶୁଣି ପିଲାଙ୍କ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହାପରେ ପାୱାଇ ପୋଲିସ ଷ୍ଟେସନର ଏକ ଦଳ ଅପରାହ୍ନ ପ୍ରାୟ ୧:୪୫ ସମୟରେ ଏକ ଜରୁରୀକାଳୀନ କଲ୍ ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଲୋଚନା ତୁରନ୍ତ ଆରମ୍ଭ ହୋଇଥିଲା, କିନ୍ତୁ ଆର୍ଯ୍ୟ ପିଲାମାନଙ୍କୁ ଛାଡିବାକୁ ମନା କରିଦେଇଥିଲେ। ଯେତେବେଳେ ଆର୍ଯ୍ୟ ସେମାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ, ପୋଲିସ ଦଳ ଜୋରଜବରଦସ୍ତ ବାଥରୁମ ଭିତରକୁ ପଶିଯାଇଥିଲେ ଏବଂ ସମସ୍ତ ୧୭ ଜଣ ପିଲାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଉଦ୍ଧାର ବେଳେ ପୋଲିସର ଗୁଳି ବାଜିବାରୁ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା । Post navigation Subhadra Shakti Mela: ନଭେମ୍ବର ୧ରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା Women’s ODI World Cup: ମହିଳା ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ଭାରତ