ଚଳିତ ବଜେଟରେ ଦୁଇଗୁଣା ହୋଇଛି ମୁଦ୍ରା ଲୋନ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ୍ ନେଇ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ଋଣ ୧୦ ଲକ୍ଷରୁ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ମୁଦ୍ରା ଲୋନ୍ ଏକ ସରକାରୀ ଯୋଜନା ଯାହା ମାଧ୍ୟମରେ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ। ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି। ଶିଶୁ ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା), ଯୁବକ (୫ରୁ ୧୦ ଲକ୍ଷ ଟଙ୍କା) ।

 

ଦେଶର ଯୁବକମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆରମ୍ଭ କରିଥିଲେ। ଛୋଟ ଉଦ୍ୟୋଗ ଆରମ୍ଭ କରି ପରେ ଏହାର ପରିସର ବୃଦ୍ଧି ପାଇଁ ଏହି ଯୋଜନା ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଦିଆଯାଉଥିଲା। ଚଳିତ ବଜେଟରେ ଏହି ଅର୍ଥରାଶି ୨୦ ଲକ୍ଷରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *