ଆଇପିଏଲ ୨୦୨୫ ରେ ପୁଣି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ମହେନ୍ଦ୍ର ସିଂହ ଧୋନୀ । ଏନେଇ ଚେନ୍ନାଇ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ସ୍ପଷ୍ଟ କରିଛନ୍ତି । କ୍ୟାପଟେନ୍ ଋତୁରାଜଙ୍କ କହୁଣିରେ ଗଭୀର ଆଘାତ ଲାଗିଛି । ଫଳରେ ପୂରା ଟୁର୍ଣ୍ଣାମେଣ୍ଟରୁ ସେ ବାଦ୍ ପଡ଼ିଛନ୍ତି । ତେଣୁ ଅବଶିଷ୍ଟ ମ୍ୟାଚ୍ରେ ଅଧିନାୟକ ପଦ ସମ୍ଭାଳିବେ ଧୋନି । ଗାୟକ୍ୱାଡ ଆଇପିଏଲ ୨୦୨୫ ରେ ଚେନ୍ନାଇ ପାଇଁ ପାଞ୍ଚଟି ମ୍ୟାଚ ଖେଳିଥିଲେ । ଯେଉଁଥିରେ ସେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିଭଳି ଧୋନୀଙ୍କ ଅଧିନାୟକତ୍ୱରେ, ସିଏସକେ ୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩ରେ ଆଇପିଏଲ ଟ୍ରଫି ଜିତିଥିଲା । Post navigation ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ ଓଡ଼ିଶା ଫୁଟବଲ ସଂଘ ସଭାପତି ହେଲେ ଟଙ୍କଧର ତ୍ରିପାଠୀ