ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଖେଳାଳି ଏମଏସ ଧୋନି ଆଘାତ ଯୋଗୁଁ ଦୁଇ ସପ୍ତାହ ପାଇଁ IPL ରୁ ବାଦ ପଡ଼ିଛନ୍ତି । ମହେନ୍ଦ୍ର ସିଂହ ଧୋନିଙ୍କ ଗୋଡ଼ ମାଂସପେଶୀରେ ଯନ୍ତ୍ରଣା କାରଣରୁ ଆଇପିଏଲ୍ରୁ ସେ ପ୍ରଥମ ଦୁଇ ସପ୍ତାହ ଖେଳିପାରିବେ ନାହିଁ । CSK ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି । ସିଏସକେ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଧୋନୀ ବର୍ତ୍ତମାନ ‘କାଫ୍ ଷ୍ଟ୍ରେନ୍’ ସମସ୍ୟା ଦେଇ ଗତି କରୁଛନ୍ତି । ସିଏସକେର କାର୍ଯ୍ୟସୂଚୀ ଅନୁଯାୟୀ, ଦଳ ମାର୍ଚ୍ଚ ୩୦ ତାରିଖରେ ରାଜସ୍ଥାନ ରୟାଲ୍ସ, ଏପ୍ରିଲ ୩ ତାରିଖରେ ପଞ୍ଜାବ କିଙ୍ଗସ, ଏପ୍ରିଲ ୫ ତାରିଖରେ ଆରସିବି ଏବଂ ଏପ୍ରିଲ ୧୧ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ । Post navigation Jag Vasant Arrives at Kandla Port: ଗୁଜରାଟର କାଣ୍ଡଲା ବନ୍ଦରରେ ଏଲପିଜି ନେଇ ପହଞ୍ଚିଲା ‘ଜଗ୍ ବସନ୍ତ’