ଓଡ଼ିଶାର ପର୍ବତାରୋହୀ ସୁଶ୍ରୀ ଅନୀତା ସ୍ୱାଇଁ ଋଷିଆର ମାଉଣ୍ଟ ଏଲବ୍ରସ ଆରୋହଣ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ମାନ୍ୟବର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟଂବଂଶୀ ସୁରଜ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଅନୀତା ପୂର୍ବରୁ ୨୦୨୩ ମସିହାରେ ଆଫ୍ରିକୀୟ ମହାଦେଶର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜରୋ ଆରୋହଣ କରିଥିଲେ। ପର୍ବତାରୋହଣରେ ଉଲ୍ଲେଖନୀୟ ସଫଳତା ପାଇଁ ପୁରୀ ଜିଲ୍ଲା ଚନ୍ଦନପୁରରେ ସୁଶ୍ରୀ ଅନୀତା ସ୍ୱାଇଁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *