ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଉଡ଼ୁନି ବିମାନ। ଘନ କୁହୁଡ଼ି, ଧୂଆଁ ଧୂଆଁ ପରିବେଶ ପାଇଁ ୧୦୦ରୁ ଅଧିକ ବିମାନ ବାତିଲ କରାଯାଇଛି । ଦିଲ୍ଲୀରେ ଦୃଶ୍ୟମାନ କମ୍ ପାଇଁ ୧୦୦ ବିମାନ ବାତିଲ୍ କରାଯାଇଛି । ଏହା ସହ ୩୦୦ରୁ ଊର୍ଦ୍ଧ୍ବ ବିମାନ ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି । ଆଜି ଭୁବନେଶ୍ବରରୁ ଦିଲ୍ଲୀ ଯିବାକୁ ଥିବା ୪ଟି ବିମାନ ବିଳମ୍ବିତ ଯାଇଛି ।

ଆଜି ସକାଳେ ଦିଲ୍ଲୀ ଏବଂ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଘନ କୁହୁଡ଼ି ଦେଖାଯାଇଥିଲା। ଯାହା ଫଳରେ ଅନେକ ଅଞ୍ଚଳରେ ଦୃଶ୍ୟମାନତା ଶୂନ୍ୟ ପାଖାପାଖି ରହିଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏପରିକି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୩୩ ଛୁଇଁବା ସହିତ ବାୟୁ ଗୁଣବତ୍ତା ମଧ୍ୟ ତୀବ୍ର ଭାବରେ ଖରାପ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଏୟାରଲାଇନ୍ସ ୧୦୦ରୁ ଅଧିକ ବିମାନ ବାତିଲ କରିଛନ୍ତି।

Leave a Reply

Your email address will not be published. Required fields are marked *