ବନ୍ଦ ହେଲା ନୂଆ ଓ କାର୍ଯ୍ୟକ୍ରମ । ରାଜ୍ୟର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ପୁର୍ବ ରାଜ୍ୟ ସରକାରଙ୍କ ବୈପ୍ଲବିକ ନୂଆ-ଓ ଛାତ୍ରବୃତ୍ତି ଯୋଜନା ‘ନୂଆ ଓ’ କାର୍ଯ୍ୟକ୍ରମ ବନ୍ଦ କଲେ ମୋହନ ସରକାର । ଏହା ବନ୍ଦ ହୋଇ ଆରମ୍ଭ ହେବ ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି ଆଣ୍ଡ ପିଜି ଷ୍ଟୁଡେଣ୍ଟସ । ସରକାର ଚଳିତ ବର୍ଷଠାରୁ ଏହି ନୂଆ ଯୋଜନା ପ୍ରଣୟନ କରିବେ । ଯୋଜନାର ନିର୍ଦ୍ଦେଶାବଳୀ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂୂରଜ। ସେ କହିଛନ୍ତି ପିଜି-ୟୁଜି ପିଲାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ନୂଆ ଯୋଜନା ଆସିବା ସହ ପ୍ରସ୍ତୁତି ଚାଲୁ ରହିଛି । ଏହା ସହ ନୂଆ ଓ କାର୍ଯ୍ୟକ୍ରମ ପାଇଁ ଏଥର ବଜେଟରେ ଅର୍ଥ ବରାଦ ହୋଇନାହିଁ । Post navigation ପୋଲାଭରମ ସ୍ଥିତି ସମୀକ୍ଷା କଲା ବିଜେଡି ଟିମ କୋରାପୁଟ ମେଡିକାଲ କଲେଜରେ ନିଆଁ