ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟରେ ୩ଟି ପର୍ଯ୍ୟାୟ ଶେଷ ହୋଇସାରିଥିବ ବେଳେ , ଜୁନ୍ ୧ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଉ ପୂର୍ବ ତିନିଟି ପର୍ଯ୍ୟାୟ ଭଳି ଏହି ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମଧ୍ୟ ଓଡ଼ିଶା ଆସୁଛନ୍ତି ବିଜେପିର ୩ ହାଇ ଭୋଲଟେଜ ନେତା ।
୨୮ ତାରିଖରେ ଅମିତ ଶାହା ୨୭ରେ ହିମନ୍ତ ବିଶ୍ୱଶର୍ମା ଆସୁଥିବାବେଳେ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଛନ୍ତି।
ମଙ୍ଗଳବାର ଶାହା ୩ଟି ସଭା କରିବେ। ଦିନ ୧୦ଟାରେ ଚାନ୍ଦବାଲିରେ ପ୍ରଥମ ସଭା କରିବା ପରେ ସେ କୋରେଇ ଓ ନିମାପଡାରେ ସମ୍ବୋଧନ କରିବେ। ସେହିଭଳି ହିମନ୍ତ ବିଶ୍ୱଶର୍ମା ୨ ଦିନରେ ୮ଟି ସ୍ଥାନରେ ପ୍ରଚାର କରିବେ । କାଲି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର । ୨୮ରେ ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ସଭା ରେ ଯୋଗଦେବେ । ଏହି କ୍ରମରେ ମେ ୨୯ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ସେ ୩ଟି ସଭା କରିବେ । ୨୯ ତାରିଖ ଦିନ ୧୨ଟାରେ ପ୍ରଥମେ ବାରିପଦାର ଛଉ ପଡ଼ିଆରେ ହେବାକୁ ଥିବା ସଭାରେ ଯୋଗ ଦେବେ। ଏହା ପରେ ସାଢ଼େ ଗୋଟେରେ ବାଲେଶ୍ୱରରେ ଓ ୩ଟା ୩୦ରେ କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ।

By SonaliP

Leave a Reply

Your email address will not be published. Required fields are marked *