modi-reciprocates-trumps-positive-remarks
ଭାରତ-ଆମେରିକା ସଂପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ବୟାନ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ଵତନ୍ତ୍ର କହିଛନ୍ତି ଟ୍ରମ୍ପ ।
 
ଟ୍ରମ୍ପ କହିଛନ୍ତି ଯେ ଭାରତ ରୁଷରୁ ବିପୁଳ ପରିମାଣରେ ତେଲ କିଣିବା ଜାରି ରଖିଥିବାରୁ ସେ ବହୁତ ନିରାଶ କିନ୍ତୁ ମୋଦିଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ସ୍ଵତନ୍ତ୍ର । ମୋଦି ଜଣେ ମହାନ ପ୍ରଧାନମନ୍ତ୍ରୀ, ମୋଦି ଜି ମୋର ଭଲ ବନ୍ଧୁ ଅଛନ୍ତି ଏବଂ ରହିବେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ପ୍ରତିକ ହ୍ୱାଇଟ ହାଉସ ଗସ୍ତକୁ ମଧ୍ୟ ମନେ ପକାଇଛନ୍ତି ।
 
ତେବେ ଆମେରିକା ରାଷ୍ଟ୍ରପତି ଭାରତ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ପ୍ରଶଂସା କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କ ବୟାନକୁ ପ୍ରଶଂସା କରି ସମ୍ମାନ ଜଣାଉଛି ବୋଲି କହିଛନ୍ତି ।
 
ପୂର୍ବରୁ ସେ ଭାରତ ଏବଂ ରୁଷ ଚୀନ୍ ପାଖରେ ନିଜକୁ ହରାଇ ବସିଛନ୍ତି ବୋଲି ଦାବି କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *