ଆଜିଠାରୁ ତିନି ଦିନ ବ୍ୟାପୀ ଭୁବନେଶ୍ୱରରେ ଆୟୋଜିତ ସର୍ବଭାରତୀୟ ଡିଜିପି ସମ୍ମିଳନୀ ଆରମ୍ଭ ହୋଇ ଯାଇଛି। ଏହାକୁ ନଜରରେ ରଖି ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଏହା ସହ ତିନି ଦିନ ଧରି ଲୋକସେବା ଭବନରେ ଏହି ସମ୍ମିଳନୀ ଚାଲିବ । ଏଥିପାଇଁ ଟ୍ରାଫିକ୍ କଟକଣା ମଧ୍ୟ ଜାରି ରହିଛି । ଏହି ସମ୍ମିଳନୀ ସମୟରେ ମୋ ବସ୍ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ୩ ଦିନ ପାଇଁ ମୋ-ବସ୍ ଚଳାଚଳ ନେଇ କଟକଣା ଜାରି କରାଯାଇଛି । ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କେତକ ନିର୍ଦ୍ଦିଷ୍ଟ ସ୍ଥାନରେ ମୋ ବସ୍ ସେବାକୁ ବନ୍ଦ ରଖାଯାଇଛି । ସେହି ବସ୍ ଗୁଡ଼ିକ ହେଲା- ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬, ୪୭, ୬୪ ଏବଂ ୬୬ । Post navigation ଲୋକସେବା ଭବନରେ ଡିଜିପି ସମ୍ମିଳନୀକୁ ଉଦଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୪୯୬ଟି ଟିଜିଟି-ଓଡ଼ିଆ ପଦବୀ ଘୋଷଣା