ବିଜେପି ସରକାର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରିବା ଓ ଆମ ଓଡ଼ିଶା ନବୀନ ଓଡ଼ିଶାରେ କାମ ବନ୍ଦ ହୋଇଥିବା ନେଇ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ୍ୟ ଠପ୍ ହୋଇଛି। ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶାରେ  ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା । ସରକାର ବଦଳିବା ପରେ ଏହି ଯୋଜନାରେ କିଛି କାମ ହେଉନି। ଏ ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ଗଣେଶ୍ୱର ବେହେରା । ନାଁ ପରିବର୍ତ୍ତନ କଲେ ଗୋଲାପ ଫୁଲ ଦୁଦୁରା ହୋଇଯିବନି ବୋଲି କହିଲେ।

Leave a Reply

Your email address will not be published. Required fields are marked *