ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଟିଟିଲାଗଡ଼ରେ ମେଗା ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ନବୀନ ଜୈନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଯୋଗ୍ୟ; ଚଳିତ ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଟିଟିଲାଗଡ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହା ସହ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ, କ୍ଲବ, ମନ୍ଦିର ଟ୍ରଷ୍ଟ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସମାଜସେବୀ ଙ୍କୁ ନେଇ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିର ଆୟୋଜନରେ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିବାରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । Post navigation ବସ୍ତାଏ ସାର ପାଇଁ ନାକେଦମ୍ ଚାଷୀ; ଗାଁ ଦାଣ୍ଡରେ ଆଧାର କାର୍ଡ, ବ୍ୟାଗ୍ ଓ ଚପଲ ଧାଡି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨୧ ତାରିଖରେ କଳିଙ୍ଗ ଷ୍ଟାଡିୟମ ଠାରେ ହେବ ବିଶାଳ ଗଣଦୌଡ