ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ମିଳିଲା ମୃତ ଦେହ। କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ମୃତ ଦେହ ଉଦ୍ଧାର । ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ସୂଚନା ।  ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କଲା ପୋଲିସ । ଗତ ୬ ତାରିଖରେ ଭୁବନେଶ୍ବରରେ ହତ୍ୟା କରାଯାଇ ଘଟଗାଁ ଜଙ୍ଗଲରେ ମୃତଦେହ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ଶୁଭମିତ୍ରାଙ୍କ ମୃତଦେହକୁ କାର୍‌ ଯୋଗେ ଘଟଗାଁ ନେଇ ଯାଇଥିଲା । ପରେ ଘଟଗାଁ ଅଞ୍ଚଳର ଜଙ୍ଗଲରେ ମୃତଦେହ ପୋତି ଦେଇଥିଲା ।  ମୃତଦେହ ନେଇଥିବା କାର୍ ଜବତ କରିଛି ପୁଲିସ । ୨୦ ଲକ୍ଷ ଟଙ୍କା ପାଇଁ ମହିଳା କନଷ୍ଟେବଲ୍‌ଙ୍କୁ ହତ୍ୟା ସୂଚନା ।

ସୂଚନା ଯୋଗ୍ୟ; ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । କନଷ୍ଟେବଳ ନିଖୋଜ ପରଠୁ ସଂଦେହ ଘେରରେ ଥିଲା ପୁରୁଷ ବନ୍ଧୁ । ପୋଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରେ ଦୀପକ । ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ । ତଦନ୍ତରେ ସାମ୍ନାକୁ ଆସିଥିଲା ଦୀପକ ଶୁଭମିତ୍ରାଙ୍କୁ ଘଟଗାଁ ନେଇ ଯାଇଥିବା ଭିଜୁଆଲ୍ । ଏହା ପରେ କିରାଣୀ ଦୀପକ ରାଉତଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ।

Leave a Reply

Your email address will not be published. Required fields are marked *