ମଧ୍ୟପ୍ରଦେଶରେ ମିରେଜ୍‌ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ନିୟମିତ ଟ୍ରେନିଂ ବେଳେ ଏହି ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣା ବିଷୟରେ ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏକ ଟିମକୁ ଘଟଣାସ୍ଥଳକୁ ପଠାଇଛି । ଏ ପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ ।

ସୂଚନା ଅନୁସାରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଭୟ ପାଇଲଟ ବିମାନରୁ ବହାରିଯାଇଥିଲେ। ଉଭୟ ପାଇଲଟ୍ ନିରାପଦରେ ରହିଥିବା ଜଣାପଡିଛି । ସେମାନେ ସାମାନ୍ୟ ଆହତ ହୋଇଥିବାରୁ ଉଭୟଙ୍କୁ ଗ୍ୱାଲିଅରକୁ ନିଆଯାଇଥିଲା।ବିମାନରେ ଟେକ୍ନିକାଲ୍ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *