ବରଗଡ଼ରେ ନାବାଳିକା ପୋଡ଼ି ଘଟଣାରେ ବୁର୍ଲା ମେଡିକାଲରେ ଆଖି ବୁଜିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ । ବରଗଡ଼ ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁର ଥିବା ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିଲା ମୃତଦେହ । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା । ଘଟଣାସ୍ଥଳରୁ ଚପଲ, ଦିଆସିଲି ଓ ପ୍ଲାଷ୍ଟିକ ବୋତଲ ଜବତ ହୋଇଥିବା ଜଣାପଡିଛି । ଏହା ସହ ଛାତ୍ରୀଙ୍କ ମୃତ୍ୟୁ ପୂର୍ବର ଭିଡିଓକୁ ନେଇ ତଦନ୍ତ କରାଯାଇଥିବା ସୂଚନା ଦେଇଛନ୍ତି ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି ।

ତେବେ ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା ତାକୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ନାବାଳିକା ମାମୁଘର ଗାଁରେ ଜଳି ଯାଇଥିବା କୁହାଯାଉଛି । ଅନ୍ୟପଟେ ବରଗଡ଼ ନାବାଳିକା ପୋଡ଼ି ଘଟଣାରେ ପୋଲିସର ତତ୍ପରତା ଦେଖାଇଛି । ୩ ଜଣ IICଙ୍କୁ ନେଇ ତଦନ୍ତ ପାଇଁ ପୋଲିସ ଟିମ୍‌ ଗଠନ କରାଯାଇଛି । ଫିରିଙ୍ଗିମାଲ ଗାଁକୁ ଯାଇ ତଦନ୍ତ କରିବ ପୋଲିସ ଟିମ୍

Leave a Reply

Your email address will not be published. Required fields are marked *