ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘ ଆଜି ଆନ୍ଦୋଳନ ପ୍ରତ୍ୟାହାର କରିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା ପରେ ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିବା କହିଛି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ରାଜ୍ୟସଂଘ । ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ପାଚିକା ସଂଘ କହିଛନ୍ତି ଯେ ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ । ବକେୟା ଥିବା ତିନି ମାସର ଦରମା, ଦରମା ବୃଦ୍ଧି, ନିଯୁକ୍ତି ପତ୍ର ପ୍ରଦାନ, ସମାନ କାମକୁ ସମାନ ଦରମା, ଅବସର ବୟସ ସୀମା ୬୨କୁ ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଓ ବିଗତ ସରକାର ଘୋଷଣା କରିଥିବା ମୃତ୍ୟୁ କାଳୀନ ସହାୟତା ୧ ଲକ୍ଷ ଟଙ୍କା ଦେବାକୁ ଦାବି କରି ଲୋୟର ପିଏମଜି ଛକରେ ମଧ୍ୟାହ୍ନ ଭୋଜନ କର୍ମଚାରୀମାନେ ଗତ ପାଞ୍ଚ ଦିନ ଧରି ବିକ୍ଷୋଭ କରୁଥିଲେ । ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଅଭିମୁଖେ ଏକ ପ୍ରତିବାଦ ଶୋଭାଯାତ୍ରାରେ ପାଚିକା ସଂଘର ସଦସ୍ୟମାନେ ପ୍ରତିବାଦ କରିଥିଲେ । Post navigation Rajya Sabha Cross Voting Row: କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକ ନିଲମ୍ବିତ