ରାୟଗଡ଼ା ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ ।ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ରାୟଗଡା ରେଳ ଷ୍ଟେସନରୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି। କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥାନ୍ତେ ମେଧା ପାଟେକର। କିନ୍ତୁ ତାପୂର୍ବରୁ ମେଧା ପାଟେକରଙ୍କୁ ପୋଲିସ ଅଟକ ରଖିଛି । ବର୍ତମାନ ରାୟଗଡ଼ା ପୁଲିସ ମେଧା ପାଟେକରଙ୍କୁ ଜିଲ୍ଲା ବାହାର ବ୍ରହ୍ମପୁରକୁ ପଠେଇଥିବା ଜଣାପଡିଛି। ସୂଚନା ଯୋଗ୍ୟ; ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଅଞ୍ଚଳରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ତେବେ ଆଜି କାଶିପୁର ବ୍ଲକ ସୁଙ୍ଗେର ହାଟପଦା ଠାରେ ଆୟୋଜିତ ହେବାକୁ ଥିବା ପ୍ରାକୃତିକ ସମ୍ପଦ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୁରୁବାର ସକାଳେ ହୀରାଖଣ୍ଡରେ ଭୁବନେଶ୍ୱରରୁ ରାୟଗଡ଼ା ଠାରେ ପହଞ୍ଚିଥିଲେ। ତେବେ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ଥିବ ଓଡ଼ିଶା ପୋଲିସ ଛାଉଣୀ କରି ଘେରି ଯାଇଥିଲେ ମେଧାଙ୍କୁ। Post navigation ଶିକ୍ଷକଙ୍କ ବଦଳି କ୍ଷମତା ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣେଶ୍ବର ବେହେରା ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ