ଅପରେସନ ସିନ୍ଦୂର ପରେ ପାକିସ୍ତାନର ମଲମ। ପୁଣି ଖୋଲିଲା ଆତଙ୍କୀସ୍ତାନର ପ୍ରକୃତ ମୁଖା । ଭାରତର ଆକ୍ରମଣ ଲାଗି ମିଳିବ କ୍ଷତିପୂରଣ । ଆତଙ୍କବାଦୀଙ୍କୁ ଦେବ ବିପୁଳ ଅର୍ଥ ପୁରସ୍କାର । ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି । ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମସୁଦ ଅଜହର ପରିବାରର ୧୪ ଜଣଙ୍କ ମୃତ୍ୟୁ ଘଟିଛି । ଭାରତର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧ କୋଟି ଟଙ୍କା ପାକିସ୍ତାନ ରୁପିଜର ସହାୟତା ରାଶି ଘୋଷଣା କରାଯାଇଛି । ମସୁଦ ପରିବାରର ୧୦ ଓ ୪ ସହଯୋଗୀ ମୃତ ହୋଇଥିବା ବେଳେ ଜଣକୁ କୋଟିଏ ହିସାବରେ ୧୪ କୋଟି ମିଳିବ ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ ଭାରତ ପାକିସ୍ତାନର ୯ଟି ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ କରିଥିଲା । ଭାରତ ପକ୍ଷରୁ କରାଯାଇଥିବା ଅପରେଶନ ସିନ୍ଦୂର ଜରିଆରେ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । Post navigation ଆତଙ୍କୀ ଲଢ଼େଇ ଥିଲା ଟ୍ରେଲର, ଏବେ ଫିଲ୍ମ ବାକି ଅଛି: ରାଜନାଥ ସିଂହ ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି; ଟ୍ୱିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା