୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ ତେଣୁ ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ଯୋଜନାର ଡେଡଲାଇନ । ବର୍ତ୍ତମାନ ସୁଦ୍ଧା ୮୦ଲକ୍ଷ ୪୬ ହିତାଧିକାରୀଙ୍କୁ ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଟଙ୍କା ମିଳିସାରିଛି । ୧ କୋଟିରୁ ଅଧିକ ମହିଳା ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ମାର୍ଚ୍ଚ ୮ ତାରିଖରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ । କିନ୍ତୁ ସମସ୍ତ ମହିଳାଙ୍କୁ ଏକାଥରେ ଟଙ୍କା ମିଳିବ ନାହିଁ । ପର୍ଯ୍ୟାୟ କ୍ରମେ ଟଙ୍କା ମିଳିବ । ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ ସମୟରେ ଟଙ୍କା ପାଇବେ। ତେବେ ଟଙ୍କାକୁ ନେଇ ବ୍ୟସ୍ତ କିମ୍ବା ବ୍ୟାଙ୍କ ଆଗରେ ଭିଡ ଲଗାନ୍ତୁ ନାହିଁ । ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ । ଅନ୍ୟପଟେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ, ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । Post navigation ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ; ଗୃହ ୪ଟା ଯାଏଁ ମୁଲତବି ମୁକ୍ତ ହେବେ ୧୪ ଆଜୀବନ ସଜା ଭୋଗୁଥିବା କଏଦୀ