PM addressing the Nation on the occasion of 78th Independence Day at Red Fort, in Delhi on August 15, 2024.

ଆଜି ସାରା ଦେଶ ପାଳୁଛି ୭୮ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବାସୀଙ୍କୁ ସମ୍ବୋଧନ କରି ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଥିବା କଥା କହିଛନ୍ତି ମୋଦୀ । ଏହାସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି ଆଜି ବିଶ୍ୱ ଏତେ ଦ୍ରୁତ ଗତିରେ ବଢୁଛି ଯେ ଆମେ ବିଜ୍ଞାନ ପ୍ରତି ଧ୍ୟାନ ଦେବା ଉଚିତ୍‌। ମେଡିକାଲ ଶିକ୍ଷା ପାଇଁ ଦେଶର ଯୁବପିଢ଼ି ବିଦେଶକୁ ଯାଉଛନ୍ତି। ତେଣୁ ଦେଶରେ ନୂଆ ଶିକ୍ଷାନୀତିରେ ବିଜ୍ଞାନ ଓ ଜ୍ଞାନକୌଶଳକୁ ଗୁରୁତ୍ବ ଦିଆଯାଇଛି। ଗବେଷଣାକୁ ଅଧିକ ସୁଦୃଢ କରିବାକୁ ପ୍ରାଥମିକତା ଦିଆଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ପାଖାପାଖି ୧ ଲକ୍ଷ ମେଡିକାଲ ସିଟ୍ ସୃଷ୍ଟି କରାଯାଇଛି । ସେହିଭଳି ଆସନ୍ତା ୫ ବର୍ଷ ଭିତରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି କରାଯିବ । ସିଟ୍ ସଂଖ୍ୟା ବଢ଼ିଲେ ଓ ଭଲ ଶିକ୍ଷ୍ୟା ଦିଆଗଲେ ଯୁବପିଢ଼ିଙ୍କୁ ଆଉ ବିଦେଶ ଯିବାକୁ ପଡ଼ିବନି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଆରର ଲକ୍ଷ୍ୟ ।

Leave a Reply

Your email address will not be published. Required fields are marked *