ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିଷ୍ଟଲ ଇଭେଣ୍ଟର ଫାଇନାଲରେ ଭାରତର ମନୁ ଭାକର । କ୍ବାଲିଫାୟର ରାଣ୍ଡରେ ମୋଟ ୫୮୦ ପଏଁଣ୍ଟ ସହ ତୃତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ମହିଳା ସୁଟର ମନୁ ଭାକର। ୨୦ ବର୍ଷ ପରେ ଜଣେ ଭାରତୀୟ ମହିଳା ଶୁଟର ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ସମୟ ଅନୁସାରେ ରବିବାର ଅପରାହ୍ନ ସାଢ଼େ ୩ଟାରେ ଫାଇନାଲ୍ ଖେଳାଯିବ। ଭାରତୀୟ ସୁଟର ସୁଟର ମନୁ ଭାକର ଫାଇନାଲକୁ ଉନ୍ନୀତ ହୋଇ ପଦକ ଜିତିବାର ସୁଯୋଗ ସୃଷ୍ଟି କରିଛନ୍ତି।

ଯୋଗ୍ୟତା ପର୍ଯ୍ୟାୟରେ ସେ ତୃତୀୟ ସ୍ଥାନରେ ରହିବାରୁ ଏପରି ସଫଳତା ପାଇଛନ୍ତି। ସେ ୨୭ଟି ଇନର ୧୦ ଶଟ ମାରିଛନ୍ତି। ଦୁଇ ଭାରତୀୟଙ୍କ ସମେତ ମୋଟ ୪୫ ଜଣ ଖେଳାଳି ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେଇଥିଲେ। ୨୨ ବର୍ଷୀୟ ମନୁ ଭାକରର ଦ୍ୱିତୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ୯୭ ପଏଣ୍ଟ ହାସଲ କରିଥିଲା। ୬ ସିରିଜ ଇଭେଣ୍ଟର ହାଫ ଟାଇମ ସୁଦ୍ଧା ସେ ମୋଟ ୩୦୦ରୁ ୨୯୨ ପଏଣ୍ଟ ହାସଲ କରି ନିଜକୁ ଟପ୍‌ ୮ରେ ରଖିବାକୁ ସକ୍ଷମ ହୋଇଥିଲେ। କାରଣ ଟପ୍‌ ୮ରେ ରହୁଥିବା ଖେଳାଳିମାନେ ହିଁ ମେଡାଲ ଦୌଡ଼ରେ ରହିବେ। ହେଲେ ମନୁ ଭାକର ସିଧା ତୃତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *