Manmohan Samal to become Odisha BJP President again
ପୁଣି ରାଜ୍ୟ ସଭାପତି ହେବେ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତିକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ଅନ୍ତ ହୋଇଛି ।
 
ରାଜ୍ୟ ବିଜେପି ସଭାପତି ପଦ ପାଇଁ ମନମୋହନ ସାମଲ ଆଜି ଏକ ମାତ୍ର ପ୍ରାର୍ଥୀ ଭାବେ ପୁଣି ଥରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ସହିତ ତାଙ୍କ ବିଜେପି ରାଜ୍ୟ ସଭାପତି ହେବା ନିଶ୍ଚିତ ହୋଇଯାଇଛି । ମଙ୍ଗଳବାର ଦିନ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
 
ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ସାମଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
 
କହିରଖୁଛୁ ଯେ, ମନମୋହନଙ୍କ ନେତୃତ୍ୱରେ ଦଳ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତିବା ସହିତ ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି । ତେଣୁ ତାଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । 
 
 
 

By Nirvay

Leave a Reply

Your email address will not be published. Required fields are marked *