କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇବା ଘଟଣାକୁ ନେଇ ଆସିଲା ନୂଆ ତଥ୍ୟ । ଆମ୍ବ ଟାକୁଆ ଜାଉରୁ ଦୁଇ ରୋଗୀଙ୍କୁ ହେପାଟାଇଟିସ୍ ହୋଇଛି । ଏନେଇ ଆଜି ସୂଚନା ଦେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି କଟକରେ ଚିକିତ୍ସାଧିନ ଥିବା ଦୁଇ ରୋଗୀଙ୍କ ହେପାଟାଇଟିସ୍ ହୋଇଛି। ଏହା ଫଙ୍ଗଲ ଇନଫେକ୍ସନରୁ ହୋଇଛି। ଯେଉଁମାନେ ପ୍ରଥମ ଦିନ ଆମ୍ବ ଟାକୁଆ ଜାଉ ଖାଇଲେ କିଛି ଅସୁବିଧା ନଥିଲା। କିନ୍ତୁ ତାହା ୨ରୁ ୩ ଦିନ ରଖିବା ଫଳରେ ସେଥିରେ ଫଙ୍ଗାଲ ଗ୍ରୋଥ୍ ହେଲା । ଫଙ୍ଗାଲ ଗ୍ରୋଥ ସହ ଟକ୍ସିନ ହେଲା, ଫଳରେ ଶରୀର ବିଷାକ୍ତ ହେଲା । ଯାହା ଫଳରେ ଲୋକ ଏହାକୁ ଖାଇ ଗୁରୁତର ହୋଇ ମୃତ୍ୟୁ ବରଣ କରିଛନ୍ତି ।

ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ତିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏବଂ ଏଥିରେ ୬ ଜଣ ଗୁରୁତରଙ୍କ ମଧ୍ଯରୁ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହାରି ମଧ୍ୟରେ ଏସସିବି ରେ ଚିକିତ୍ସାଧିନ ଥିବା ଦୁଇ ଜଣଙ୍କୁ ହେପାଟାଇଟିସ୍ ହୋଇଛି ।

 

Leave a Reply

Your email address will not be published. Required fields are marked *