ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଝିଅଙ୍କୁ ବିବାହ କରିଥିବା ରସିକିଆ ଅଭିଯୁକ୍ତକୁ ଗିରଫ ପାଇଁ ମହିଳା ପୋଲିସ ସାଜିଥିଲେ ପ୍ରେମିକା । କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବାବେଳେ ବାଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ ।

ସୂଚନା ମୁତାବକ, ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲାର ସତ୍ୟଜିତ ସାମଲ । ସେ ପ୍ରଥମେ ମାଟ୍ରିମୋନିଆଲ ସାଇଟରେ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ସମ୍ପର୍କ ତିଆରି କରି ଯୁବତୀମାନଙ୍କୁ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟି ଦୁବାଇ ନେଇ ପଳାଇଥିବା ଅଭିଯୋଗ ହୋଇଥିଲା । ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ୍‌ କରି ଟଙ୍କା ଠକେଇ କରୁଥିଲେ । ସେ ରାଜ୍ୟ ଓ ରାଜ୍ୟ ବାହାରେ ମୋଟ ୫ଜଣ ଯୁବତୀଙ୍କୁ ବିବାହ କରିଥିବା ବେଳେ ୪୯ ଜଣଙ୍କୁ ପ୍ରତାରଣା କରି ତାଙ୍କୁ ଠକିଥିବା ଅଭିଯୋଗ ପରେ ଜାଲ ବିଛେଇଥିଲା ପୋଲିସ।

ଅଭିଯୁକ୍ତକୁ ଗିରଫ ପାଇଁ ମହିଳା ପୋଲିସ ସାଜିଥିଲେ ପ୍ରେମିକା । ମହିଳା ପୋଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରି ଫସିଲେ । କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବାବେଳେ ରସିକିଆ ଠକକୁ ଗିରଫ କରିିଛି କ୍ୟାପିଟାଲ ଥାନା ପୁଲିସ । ଅଭିଯୁକ୍ତଙ୍କ ପାଖରୁ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ୍‌ ସହ ୩ ବ୍ୟାଙ୍କ ଆକାଉଣ୍ଟ ସିଜ୍‌, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ।

 

Leave a Reply

Your email address will not be published. Required fields are marked *