ବିଜେଡି ଓ ରାଜ୍ୟସଭା ଛାଡ଼ି ବିଜେପିରେ ମିଶିବା ପରେ ବବି ଦାସଙ୍କ ନାଁରେ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି ମମତା ମହନ୍ତ। ମମତା କହିଛନ୍ତି, ୪ରେ ତୁମ ହିସାବ କରାଯିବ ବୋଲି ବବି କହିଥିଲେ। ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁ ଠିକ ଥିଲା। ଦଳ ପଚାରୁଥିଲା ଓ ଦଳୀୟ କାର୍ଯ୍ୟକ୍ରମରେ ପଚରାଯାଉଥିଲା ବୋଲି କହିଛନ୍ତି। ପଞ୍ଚାୟତ ନିର୍ବାଚନ ପରେ ତାଙ୍କୁ ଦଳରେ ଅଣଦେଖା ହେଉଥିବା ଅନୁଭବ କଲେ। କୌଣସି ଦଳୀୟ କି ସରକାରୀ କାର୍ଯ୍ୟକ୍ରମରେ ଡାକୁ ନଥିଲେ। ଘର କଡ଼ରେ ଲକ୍ଷ୍ମୀ ବସ୍‌ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବି ଡାକିଲେନି। ଅଣଦେଖା ନେଇ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କେହି ମୋ କଥା ଶୁଣିନାହାନ୍ତି। ଏମିତି କି ୪ ତାରିଖ ହେଉ, ତୋତେ ରାଜ୍ୟସଭାରୁ କଢ଼ାଯିବ କୁହାଯାଇଛି।

ବବି ଦାସ କହିଥିଲେ ୪ ତାରିଖରେ ତୁମର ବିଚାର କରାଯିବ। ଯେଉଁଠି ସମ୍ମାନ କି ସୁଯୋଗ ନାହିଁ, ସେଠି ଆଉ ରହିବାକୁ ଚାହିଁଲିନି। ମମତାଙ୍କ ଏଭଳି ଅଭିଯୋଗ ନେଇ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *