ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଫୋନ୍ କରି ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଅନେକ ଲୋକ କାମ କରିବାକୁ ଓଡ଼ିଶା ଯାଇଛନ୍ତି। ସେମାନଙ୍କୁ ବାଂଲାଦେଶୀ ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ସୂଚନା ମିଳିଛି। ତେଣୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଏ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

ମମତା ବାନାର୍ଜୀ ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ଯଥାଶୀଘ୍ର ନିଜ ରାଜ୍ୟକୁ ଫେରି ଏଠାରେ ଉପଲବ୍ଧ ସୁଯୋଗର ଫାଇଦା ଉଠାଇବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *