ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ । ବୈଠକରେ ତାଙ୍କୁ କହିବାକୁ ସୁଯୋଗ ମିଳିନଥିବା ଅଭିଯୋଗ କରି ବୈଠକ ଅଧାରୁ ଉଠି ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୈଠକ ବାହାରକୁ ଆସିବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ପାତରଅନ୍ତର କରିବା ଅନୁଚିତ ।

ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କ ଭିତରୁ ମୁଁ ଏକା ଯୋଗ ଦେଇଛି କିନ୍ତୁ ବୈଠକରେ ମୋତେ କହିବାକୁ ସୁଯୋଗ ଦିଆଗଲାନି । ମୁଁ କହିବାର ୫ ମିନିଟ ଭିତରେ ମାଇକ ବନ୍ଦ କରିଦିଆଗଲା । ମୁଁ ସେଣ୍ଟ୍ରାଲ ଫଣ୍ଡ ବିଷୟରେ କହିବା ବେଳେ ମୋ ମାଇକ ବନ୍ଦ କରାଯାଇଥିଲା । ମୋ ପୂର୍ବରୁ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ୧୦ରୁ ୨୦ ମିନିଟ କହିଲେ । ମୋତେ କହିବାକୁ ସୁଯୋଗ ନଦେବା ବିରାଟ ଅପମାନ । ଅପମାନ ବେଙ୍ଗଲକୁ ନୁହେଁ, ସବୁ ଆଞ୍ଚଳିକ ଦଳକୁ ହୋଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ।

Leave a Reply

Your email address will not be published. Required fields are marked *