କୋଲକାତାରେ ଆର୍‌ଜି କର ହସ୍ପିଟା‌ଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଡାକ୍ତରଙ୍କୁ ଭେଟିବା ସହ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅପିଲ୍ କରିଛନ୍ତି ମମତା।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ୩ଆମେ ନ୍ୟାୟ ଚାହୁଁଛୁ, ମୁଁ ଆପଣମାନଙ୍କର(ଡାକ୍ତର) ଯନ୍ତ୍ରଣା ବୁଝିପାରୁଛି ସେଥିପାଇଁ ୩୫ ଦିନ ହେଲା ମୁଁ ଶାନ୍ତିରେ ଶୋଇପାରୁନି । ଡାକ୍ତରଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଉଛି । ମୁଁ ଆପଣମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ। ଯଦି ଆପଣ ଲୋକମାନେ କାମକୁ ଫେରିଯାଆନ୍ତି, ମୁଁ ପ୍ରତିଜ୍ଞା କରୁଛି ଯେ ଆପଣଙ୍କର ସମସ୍ତ ଦାବି ମାନିନେବି। ସବୁ ହସ୍ପିଟାଲରେ ରୋଗୀ କଲ୍ୟାଣ ସମିତି କରିବୁ । ଦୋଷୀଙ୍କୁ ଦଣ୍ଡ ଦିଆଯିବ। ମୁଁ ସିବିଆଇରୁ ଫାଶୀଦଣ୍ଡ ଦାବି କରୁଛି।

Leave a Reply

Your email address will not be published. Required fields are marked *