ପୁଲିସ ଓ ପ୍ରଶାସନିକ ଅଧିକାରୀ ତଥା ସବୁ ସରକାରୀ କର୍ମଚାରୀଙ୍କ ପ୍ରତ୍ୟକ୍ଷ ସ‌ହ‌ଯୋଗରେ ବିଜଦ ସରକାର ଦୁର୍ନୀତିରେ ସବୁ ସୀମା ପାର କରିଥିଲା ଗଞ୍ଜାମ ଜିଲ୍ଲାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ୨୪ ବର୍ଷ ଧରି ନିର୍ବାଚିତ ହୋଇ ଶାସନ କରୁଥିଲେ ମଧ୍ୟ ସର୍ବାଧ‌ିକ ଦାଦନ ଓ ଅପରାଧ ଏହି ଜିଲ୍ଲାରୁ ।

ପଥର ଚାଲାଣ, ବାଲି ଚାଲାଣ, ମଦ ବେପାର ଓ ସର୍ବପରି ଗଞ୍ଜେଇ ଚାଲାଣର ସର୍ବୋଚ୍ଚ ଶିଖରରେ ପହଞ୍ଚିଥିଲା ଏହି ଜିଲ୍ଲା । ଅଧିକାରୀମାନେ ଏହି ଜିଲ୍ଲାକୁ ଆସିଲେ ବଦଳି ହେବାର ନାଁ ଧରନ୍ତି ନାହିଁ । କିନ୍ତୁ ନିର୍ବାଚନ ଅବ୍ୟବହିତ ପୂର୍ବରୁ କଟକଣା ଯୋଗୁ କିଛି ଅଧିକାରୀ ବାଧ୍ଯ ହୋଇ ଜିଲ୍ଲା ଛାଡିଥିଲେ । ସେ ଭିତରେ ଅନ୍ୟତମ ଅଟନ୍ତି ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦ ବର୍ଷ କାମ କରିଥିବା ତ‌ଥା ପୂର୍ବତନ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ। ବିଜଦର ଆଖୁ, କାନ ଓ ନାକ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି । ପାଟପୁର ଥାନା ଅଧୀନରେ ଥିବା ପଛୁଆ ଅଞ୍ଚଳର ନିରୀହ ଜନସାଧାରଣଙ୍କର ସରଳତାର ସୁଯୋଗ ନେଇ ବିଜଦର କର୍ମୀମାନଙ୍କ ଆଡ୍ଡାସ୍ଥଳ ପାଲଟିଥିଲା ପାଟପୁର ଥାନା। ଗଞ୍ଜେଇ ଓ ମଦ ବେପାର ତଥା ପଥର ବେପାରରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ଥିବା ବିଜଦ କର୍ମୀମାନଙ୍କୁ ବେଆଇନ ସହ‌ଯୋଗ ଦେବାରେ ମୁଖ୍ୟ ପୁରୋଧା ଥିଲେ ଥାନା ଅଧିକାରୀ ସବ୍ୟସାଚୀ ମଲ ।

ଗଞ୍ଜାମ ଜିଲ୍ଲାରେ ପୂର୍ବରୁ କାର୍ଯ୍ୟ କରୁଥିବା ଓ ଗଞ୍ଜାମ ମିଠା ଖାଇଥିବା ତଥା ନିରୀହ ଲୋକଙ୍କର ଫାଇଦା ଉଠାଇଥୁବା ଅଧୁକାରୀମାନେ କଳେବଳେ କୌଶଳେ ପୁଣି ଜିଲ୍ଲାରେ ପ୍ରବେଶ କରିବା ପାଇଁ ତତ୍ପର । ସେହି ମର୍ମରେ ସଦ୍ୟସାଚୀ ମଲ ଗଞ୍ଜାମ ରେଞ୍ଜ ଆଦେଶ ନଂ ୧୬୭ ତା- ୧୧.୧୧.୨୪ ଯୋଗେ ଗଜପତି ଜିଲ୍ଲାରୁ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲା ଏବଂ ତାଙ୍କୁ ପେଟପୂରା ଥାନାରେ ଅବସ୍ଥାପିତ କରିବା ପାଇଁ ମସୁଧା ଚାଲୁଛି ବୋଲି ଶୁଣାଯାଉଛି।

Leave a Reply

Your email address will not be published. Required fields are marked *