ବରଗଡ : ବରଗଡ଼ ଦିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡିଗଲା ବୋରିଂ ଗାଡି । ଆଉ ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

ଖବର ଅନୁଯାୟୀ, ବିର୍ଜାମ ଗାଁରେ କିଛି ଶ୍ରମିକ କାମ ସାରି ଶୋଇଥିଲେ । ଏହି ସମୟରେ ଏକ ବୋରିଂ ଗାଡି ଭାରସାମ୍ୟ ହରାଇ ଶୋଇଥିବା ଶ୍ରମିକଙ୍କ ଉପରେ ଚଢାଇ ଦେଇଛି । ଯାହାଫଳରେ ଶୋଇଥିବା ଶ୍ରମିକଙ୍କ ମଧ୍ୟରୁ ୪ଜଣଙ୍କ ଜୀବନ ଚାଲିଯାଇଛି । ବାକି ଆଉ ଅନ୍ୟ ଜଣେ ଶ୍ରମିକ ଗୁରୁତର ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ କିଛି ପରିଚୟ ମିଳିନାହିଁ । କିନ୍ତୁ ସମସ୍ତେ ମଧ୍ୟପ୍ରଦେଶର ବୋଲି ଅନୁମାନ କରାଯାଉଛି ।

 

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ମେଲଛାମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଥମେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଛି । ଏହାସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *