ଇଡି ସ୍କାନରରେ ସୁପର ଷ୍ଟର୍ ମହେଶ ବାବୁ। ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ସମନ।ହାଇଦ୍ରାବାଦର ୨ଜଣ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ଘଟଣାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅପ୍ରେଲ ୨୭ରେ ହାଇଦ୍ରାବାଦ ସ୍ଥିତ ଇଡ଼ି କାର୍ଯ୍ୟାଳୟରେ ହାଜର ହେବା ନେଇ ତାଙ୍କୁ ସମନ ଜାରି କରିଛି।

ସୂଚନା ଯୋଗ୍ୟ, ସାଇ ସୂର୍ଯ୍ୟା ଡେଭଲପର୍ସ ଓ ସୁରାନା ଗ୍ରୁପ ଡେଭଲପର୍ସ ୨ ରିଅଲ ଇଷ୍ଟେଟ ଗ୍ରାହକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ହୋଇଛି। ଏହି ୨ ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । ମହେଶ ବାବୁ ଡେଭଲପରମାନଙ୍କ ସହ ଜଡିତ ପ୍ରୋଜେକ୍ଟଗୁଡିକୁ ସମର୍ଥନ କରିଥିବାରୁ ତାଙ୍କୁ ଏହି ନୋଟିସ୍ କରାଯାଇଛି। ସେ ଏସବୁ କମ୍ପାନୀଠାରୁ ୫ କୋଟି ୯ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ୩ କୋଟି ୪ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ନେଇଥିବା ବେଳେ ଅବଶିଷ୍ଟ ଅଢେଇ କୋଟି ଟଙ୍କା ନଗଦ ଆକାରରେ ନେଇଛନ୍ତି।

ରିଅଲ୍ ଇଷ୍ଟେଟ୍ ନିବେଶକଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତଦନ୍ତର ଏକ ଅଂଶ ସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପ୍ରିଲ ୧୬ରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ସୁରାଣା ଗ୍ରୁପ୍ ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସ ବିରୁଦ୍ଧରେ ନିଆଯାଇଥିଲା। ସିକନ୍ଦରାବାଦ, ଜୁବଲି ହିଲ୍ସ ଏବଂ ବୋୱେନପାଲିରେ ଥିବା ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ, ଇଡି ସୁରାନା ଗ୍ରୁପ୍ ମୁଖ୍ୟ ନରେନ୍ଦ୍ର ସୁରାନା ଏବଂ ସାଇ ସୂର୍ଯ୍ୟ ଡେଭଲପର୍ସଙ୍କ ଘରରୁ ଡକ୍ୟୁମେଣ୍ଟ ଏବଂ ନଗଦ ଆକାରରେ ପ୍ରମାଣ ଜବତ କରିଛି।

Leave a Reply

Your email address will not be published. Required fields are marked *