ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଶୋକ ଘୋଷଣା କରିଛନ୍ତି । ଆଜିର ଦିନ ମହାରାଷ୍ଟ୍ର ପାଇଁ ଏକ କଳାଦିନ ବୋଲି ଫଡନାବିସ୍ କହିଛନ୍ତି । ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଫଡନଭିସ୍ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ପରିବାର ସହିତ ପରାମର୍ଶ କରିବା ପରେ ପାୱାରଙ୍କ ଶେଷକୃତ୍ୟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। “ଆଜି ଆମେ ରାଜ୍ୟ ଛୁଟି ଘୋଷଣା କରିଛୁ, ଏବଂ ତିନି ଦିନର ରାଜ୍ୟ ଶୋକ ମଧ୍ୟ ଘୋଷଣା କରାଯାଇଛି। ଏହା ସମଗ୍ର ମହାରାଷ୍ଟ୍ର ରାଜ୍ୟ ପାଇଁ ଏକ ସମ୍ପୂର୍ଣ୍ଣ ଅପୂରଣୀୟ କ୍ଷତି । ଅଜିତ ଦାଦା ଜଣେ କର୍ମଠ ନେତା ଥିଲେ ଏବଂ କୌଣସି ପରିସ୍ଥିତିରେ ଥରି ନଥିଲେ। ଏହା ମହାରାଷ୍ଟ୍ର ପାଇଁ ଏକ କଷ୍ଟକର ଦିନ। ଏପରି ନେତୃତ୍ୱ ବିକଶିତ କରିବାକୁ ସମୟ ଲାଗେ। ସେ ମହାରାଷ୍ଟ୍ରର ବିକାଶରେ ପ୍ରମୁଖ ଅବଦାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଫଡନାବିସ୍ କହିଛନ୍ତି ଯେ ବିମାନ ଦୁର୍ଘଟଣାରେ ଜଣେ ନିଷ୍ଠାପର ନେତା, ମୋର ବନ୍ଧୁ ଏବଂ ସହକର୍ମୀ, ଉପମୁଖ୍ୟମନ୍ତ୍ରୀ ଅଜିତଦାଦା ପାୱାରଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ । ଭାବନା ପ୍ରକାଶ କରିବା ପାଇଁ ପାଖରେ ଶବ୍ଦ ନାହିଁ । ଏହା ମୋ ଏକ ବ୍ୟକ୍ତିଗତ କ୍ଷତି । ଏହା ମହାରାଷ୍ଟ୍ର ପାଇଁ ଏକ ବହୁତ କଷ୍ଟକର ଦିନ । ଏହି କ୍ଷତିରେ ସମଗ୍ର ଦେଶ ଶୋକ କରୁଛି । ଏହା ସହ ମୁଖ୍ୟମନ୍ତ୍ରୀ ଆଜି ଦିନ ତମାମର ସମସ୍ତ କାର୍ଯ୍ୟ ବାତିଲ କରି ବାରାମତୀ ଗସ୍ତ କରିଛନ୍ତି । Post navigation OJEE 2026: ଆଜିଠୁ ଆରମ୍ଭ ଓଜେଇଇ ଆବେଦନ Bhubaneswar Blast: ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନ୍ଆଇଏ