ଆଜି ପବିତ୍ର ମହାଳୟା । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇ ୧୫ ଦିନ ଧରି ଚାଲିଥିବା ଏହି ପିତୃପକ୍ଷର ଆଜି ହେଉଛି ଶେଷ ଦିନ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଛି । ପୁରୀରେ ମଧ୍ୟ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଇଥାଏ । କୁହାଯାଏ, ଏହି ସମୟରେ ଯେ କୌଣସି ଦିନ ଶ୍ରାଦ୍ଧ ଦେଲେ ପିତୃପୁରୁଷମାନେ ବର୍ଷକ ପାଇଁ ଶାନ୍ତି ପାଇଥାନ୍ତି । Post navigation ‘ବେକାରୀ ଯୁବ ସମ୍ମିଳନୀ’ କରିବ ବିଜୁ ଯୁବ ଜନତା ଦଳ ନୂଆପଡାରେ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ