ପୁରୀ ଲୋକନାଥ ମନ୍ଦିର ସୁରକ୍ଷା ଦାୟିତ୍ବରେ ବାଉନ୍ସର ମୁତୟନ ପ୍ରସଙ୍ଗକୁ ନେଇ ପୁରୀ ଏସ୍ପି କହିଛନ୍ତି ବାଉନ୍ସର ମୁତୟନର ତଦନ୍ତ ଚାଲିଛି । ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ ରହିଛନ୍ତି ବାଉନ୍ସରର ଆବଶ୍ୟକ ନଥିଲା । ଏସ୍ପି କହିଛନ୍ତି ତଦନ୍ତ ଚାଲିଥିବା ବେଳେ ଜଣାପଡିଛି ବାଉନ୍ସର ମୁତୟନ କରିଥିଲେ ପାଳିଆ ସେବାୟତ। ବାଉନ୍ସରଙ୍କୁ ଅଟକ ରଖି ପୁରୀ ଏସ୍ପିଙ୍କ ତଦନ୍ତବାଉନ୍ସର ଭକ୍ତଙ୍କୁ ମନ୍ଦିର ଛାଡ଼ୁନଥିବା ବେଳେ ଭକ୍ତମାନଙ୍କୁ ଓ ସେବାୟତଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ପରେ ବାଉନ୍ସରଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଇଥିଲା । ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଭୁ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ମୁତୟନ ହୋଇଛନ୍ତି। କିନ୍ତୁ ମନ୍ଦିର ସୁରକ୍ଷା ଦାୟିତ୍ବରେ ଦୁଇଜଣ ପ୍ରାଇଭେଟ ବାଉନ୍ସରଙ୍କୁ କିଏ ଏବଂ କାହିଁକି ମୁତୟନ କଲେ ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ତଦନ୍ତ ବେଳେ ପାଳିଆ ସେବାୟତ ସେମାନଙ୍କୁ ନିୟୋଜିତ କରିଥିବାର ଜଣାପଡିଛି। ବାଉନ୍ସରଙ୍କୁ ଅଟକ ରଖି ପୁରୀ ଏସ୍ପିଙ୍କ ତଦନ୍ତ ଜାରି ରହିଛି । Post navigation ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟି ଟଙ୍କା ଘୋଷଣା ବର୍ଷକୁ ଦୁଇଥର ହେବ ଦଶମ ବୋର୍ଡ ପରୀକ୍ଷା