ଘନ କୁହୁଡି କାରଣରୁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ପଶ୍ଚିମବଙ୍ଗ ନଦିଆର ତାହେରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିଲା । କୋଲକତା ଏୟାରପୋର୍ଟରେ ମୋଦିଙ୍କ ବିମାନ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ତାହେରପୁରଙ୍କ ଯିବାର ଥିଲା । ସେଠାରେ ସେ ପଶ୍ଚିମବଙ୍ଗରେ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମ ହୋଇଯିବାରୁ ହେଲିକପ୍ଟରଟି ଅବତରଣ ନ କରିପାରି ନିରାପଦରେ କୋଲକାତା ବିମାନବନ୍ଦରକୁ ଫେରିଯାଇଥିଲା । ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କଲ୍ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ଅନୁସାରେ ଆରମ୍ଭ ହୋଇଥିଲା । Post navigation T20 World Cup 2026: T20 ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା