ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନ ହୁଣ୍ଡି ଭାଙ୍ଗି ଦାନା କରାଯାଇଥିବା ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ପ୍ରାଥମିକ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ମା’ ତାରାତାରିଣୀଙ୍କ ମନ୍ଦିର ଗେଟ୍ ଭାଙ୍ଗି କିଛି ଲୁଟେରା ମନ୍ଦିରକୁ ପ୍ରବେଶ କରିଛନ୍ତି । ମା’ଙ୍କ ସୁନା ଅଳଙ୍କାର, ରୂପା ମୁକୁଟ, ଛତ୍ରି, ସହ ବାହାର ଦାନ ହୁଣ୍ଡିରୁ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ହେବ ମନ୍ଦିର ହୁଣ୍ଡି ଖୋଲା ଯାଇ ନ ଥିବାରୁ ସେଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଇଛି । ଖବର ପାଇ ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନଯୋଗ୍ୟ; ଗତକାଲି ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରର କିଛି ଦୁର୍ବୃତ୍ତ ଗ୍ରିଲ ଭାଙ୍ଗି ମା’ଙ୍କ ରୂପା ମୁକୁଟ, ଛତ୍ରି, ବିଭିନ୍ନ ଅଳଙ୍କାର ସହ ବାହାର ହୁଣ୍ଡିରୁ ପ୍ରାୟ ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ଜଣାଯାଇଛି। ସକାଳୁ ସକାଳୁ ମନ୍ଦିର ପୂଜକ ମନ୍ଦିରକୁ ଆସି ଦେଖିବା ବେଳକୁ ମନ୍ଦିର ହୁଣ୍ଡି ଭଙ୍ଗା ଯିବା ସହ ଗ୍ରିଲ କଟାଯାଇଥିଲା । ଏନେଇ ସଙ୍ଗେ ସଙ୍ଗେ ମନ୍ଦିର ଟ୍ରଷ୍ଟକୁ ଖବର ଦେଇଥିଲେ ମନ୍ଦିର ପୂଜକ । ମନ୍ଦିର ଟ୍ରଷ୍ଟ ଘଟଣାସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲା । ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

Leave a Reply

Your email address will not be published. Required fields are marked *