ବହୁ ପ୍ରତିକ୍ଷିତ କୋଣାର୍କ-ଭୁବନେଶ୍ୱର ରେଳପଥକୁ ମିଳିଲା ମଞ୍ଜୁରି । କୋଣାର୍କ-ଭୁବନେଶ୍ୱର ରେଳପଥକୁ ନିକଟରେ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଛି । ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ ନୂତନ ରେଳଲାଇନ କୋଣାର୍କ ଯିବ । ଫାଇନାଲ ଲୋକେଶନ ସର୍ଭେ ପାଇଁ ଅନୁମୋଦନ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଏହି ଉପଲବ୍ଧି ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳ ପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହା ଦ୍ୱାରା ନିମାପଡା ଓ ଗୋପ ଅଞ୍ଚଳରେ ପର୍ଯ୍ୟଟନସ୍ଥଳୀର ବିକାଶ ହେବା ସହ ଆଞ୍ଚଳିକ ପରିବହନ ଓ ଯୋଗାଯୋଗ ମଧ୍ୟ ସୁଗମ ହୋଇପାରିବ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଚିଠିରେ ଉଲ୍ଲେଖ କରିଥିଲେ। ଏହି ଚିଠିର ଉତ୍ତର ଦେଇ ରେଳ ମନ୍ତ୍ରାଳୟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ କୋଣାର୍କ ଭୁବନେଶ୍ୱର ରେଳପଥର ଡିଟେଲଡ଼ ପ୍ରୋଜେକ୍ଟ ରିପୋର୍ଟ ପାଇଁ ଗୋପ ଓ ନିମାପଡାରେ ଫାଇନାଲ ଲୋକେଶନ ସର୍ଭେ ପାଇଁ ମଞ୍ଜୁରୀ ଦେଇଛନ୍ତି ।ଏହି ମଞ୍ଜୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ପରିଡା, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଅନେକ ଅନେକ କୃତଜ୍ଞତା ଜ୍ଞାପନ କରିଛନ୍ତି। Post navigation ସବୁ କ୍ଷେତ୍ରରେ ନିର୍ଭୟ ନିରପେକ୍ଷ ଭାବେ ଲୋକଙ୍କ ନିକଟରେ ପ୍ରକୃତ ସତ୍ୟକୁ ଉପସ୍ଥାପନ କରିଛି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ