ଦେଶର ବାଳିକା ଓ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ, ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ସୁସ୍ଥ ନାରୀ, ସଶକ୍ତ ପରିବାର” ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିନା ସଙ୍କୋଚରେ କ୍ୟାମ୍ପ୍ ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ ମହିଳାଙ୍କୁ ଅପିଲ୍ କରିଛନ୍ତି। ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ଅଭିଯାନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହିଳାଙ୍କ ପାଇଁ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ୨୨ଟି ହେଲ୍ଥ ସ୍କ୍ରିନିଂ ଷ୍ଟଲ କରାଯାଇଛି । ଏହାସହ ସାରା ରାଜ୍ୟରେ ୯୬୩ ଜାଗାରେ କ୍ୟାମ୍ପ୍ କରାଯାଇଛି। ୮୦ଟି ସ୍ଥାନରେ ରକ୍ତଦାନ ଶିବିର କରାଯାଇଛି । ୯ ହଜାରରୁ ଅଧିକ ସୁବିଧା ଯୋଗାଇ ଦିଆଯାଇଛି । ଏବେ ସୁଦ୍ଧା ୭୦ ହଜାରରୁ ଅଧିକ ମହିଳା ଓ ଶିଶୁ ମାନଙ୍କୁ ସ୍କ୍ରିନିଂ ସୁବିଧା ଯୋଗାଇ ଦିଆଯାଇଛି । ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଓଡ଼ିଶାର ୩୦ ଜିଲ୍ଲାରେ ଦେଢ଼ କୋଟି ମହିଳା ଓ ଝିଅମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ, ସିକିଲସେଲ, ରକ୍ତ ହୀନତା ଭଳି ରୋଗର ସ୍କ୍ରିନିଂ କରି ଚିକିତ୍ସ କରାଯିବ। ସରକାର ମହିଳାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଏବଂ ଔଷଧ ଦେବେ। ରାଜ୍ୟରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନକୁ ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟକ୍ରମ ତତ୍ତ୍ଵାବଧାନ କରିଛନ୍ତି। ଆଗାମୀ ଦିନରେ ନାରୀ ଓ ଶିଶୁଙ୍କ କ୍ଷେତ୍ରରେ ସୂଚକାଙ୍କରେ ସୁଧାର ଆସିବ। Post navigation କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସିନ୍ ରିକ୍ରିଏସନ୍; ମାଟିତଳୁ ବାହାରିଲା ମୃତଦେହ କଳିଙ୍ଗା ଘାଟିରେ ଭୂସ୍ଖଳନ; ମରାମତି ପାଇଁ ଲାଗିବ ପ୍ରାୟ ୭ ଦିନ