ଆଜି ବିଧାନସଭାରେ ଶପଥ ଗ୍ରହଣ ସମୟରେ ନବୀନ ଚାଲି ଯାଉଥିବା ବେଳେ ତାଙ୍କୁ ଦେଖି ଅଟକି ଗଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ ଶ୍ରୀ ବାଗ। ପରିଚୟ ପାଇବା ପରେ ଲକ୍ଷ୍ମଣ ବାଗଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ ବାବୁ।

ଲକ୍ଷ୍ମଣ ବାଗ କଣ୍ଟାବାଞ୍ଜିରୁ ୧୬,୩୪୪ ଭୋଟରେ ଜିତିଥିବା ବେଳେ ନବୀନ ୨୪ ବର୍ଷରେ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି। ଅବଶ୍ୟ ସେ ହିଞ୍ଜିଳି ଆସନରୁ ବିଜୟ ଲାଭ କରିଛନ୍ତି ।

ଓଃ ୟୁ ଡିଫିଟେଡ୍‌ ମି’ ବୋଲି ମଧ୍ୟ ଲକ୍ଷ୍ମଣଙ୍କୁ କହିଥିଲେ ନବୀନ।

Leave a Reply

Your email address will not be published. Required fields are marked *