ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ପର୍ବକୁ ପଶ୍ଚିମାଂଚଳବାସୀ ବେଶ ଧୁମଧାମରେ ପାଳନ କରିଥାନ୍ତି । ଏବେ ନବାନ୍ନ ଲାଗି ପାଇଁ ବାହାରିଛି ନୂଆଁଖାଇ ଲଗ୍ନ। ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ ।ରବିବାର ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି କରାଯିବ। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବେ। ନୂଆଁଖାଇ ପର୍ବ ପାଳନ ପାଇଁ ଏବେଠୁ ସଜେଇ ହେଲାଣି ପଶ୍ଚିମ ଓଡିଶା। ସମସ୍ତ ପ୍ରସ୍ତୁତି ଜୋରଦାର ଚାଲିଛି।

Leave a Reply

Your email address will not be published. Required fields are marked *