ରାଜଧାନୀରେ ହୋଇଥିବା ବହୁ ଚର୍ଚ୍ଚିତ ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ ନାୟକଙ୍କ ହତ୍ୟା ମାମଲାରେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ଲେଡି ମାଷ୍ଟରମାଇଣ୍ଡ ନିଶାରାଣୀ ରମା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରୁଥିଲା । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ ଆତ୍ମସର୍ମପଣ କରିଛି । ଦୀର୍ଘଦିନ ହେଲା ପଶ୍ଚିମବଙ୍ଗର ନିଶା ମାଫିଆଙ୍କଠୁ ବ୍ରାଉନସୁଗାର୍ ଆଣି ରାଜଧାନୀରେ ସପ୍ଲାଏ କରିଆସୁଥିଲା ୪୫ ବର୍ଷିୟା ରମା। ସେହି ବ୍ରାଉନସୁଗାର ବେପାରରୁ ହତ୍ୟା ହୋଇଥିବା ଜଣାପଡିଥିଲା । ସହଦେବ ହତ୍ୟାକାଣ୍ଡର ୪୦ଦିନ ପରେ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ ।

ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ରସୁଲଗଡ ଓଭରବ୍ରିଜ୍ ଉପରେ ସହଦେବ ନାୟକଙ୍କୁ ବାଇକରେ ଦୁଇ ଜଣ ଆସି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହାପରେ ଅଭିଯୁକ୍ତମାନେ ଦୟା ନଦୀରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଫିଙ୍ଗି ଦେଇଥିଲେ । ହେଲେ ପୋଲିସ ଘଟଣାର ତଦନ୍ତ କରି ୮ ତାରିଖ ସଂଧ୍ୟା ସୁଦ୍ଧା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ  ଆଜି ମୁଖ୍ୟ ଅଭିଯୁକ୍ତ ରମା ନାୟକ ନିଜେ ମଞ୍ଚେଶ୍ୱର ଥାନାରେ ଆତ୍ମସର୍ମପଣ କରିଛି ।

Leave a Reply

Your email address will not be published. Required fields are marked *