କୋରାପୁଟ ଜିଲ୍ଲାର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ସୁବିଧା ଦାବି କରି ବିଶ୍ୱବିଦ୍ୟାଳୟ ମୁଖ୍ଯ ପ୍ରବେଶ ଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ହଷ୍ଟେଲ୍ କର୍ମଚାରୀମାନେ ନିମ୍ନମାନର ଖାଦ୍ଯ ଯୋଗାଇବା ଅଭିଯୋଗ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ହଷ୍ଟେଲ୍ ୱାର୍ଡେନ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ପ୍ରୟାସ ବ୍ଯର୍ଥ ଥିଲା | ଛାତ୍ରାବାସଗୁଡ଼ିକରେ ବିଦ୍ୟୁତ, ଖାଦ୍ୟ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାର ଅଭାବ ରହିଛି ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ବିଶ୍ୱବିଦ୍ୟାଳୟ ନିରାପଦ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଅସମର୍ଥ, ଯାହାର ଫଳସ୍ୱରୂପ ଅଧିକାଂଶ ସମୟ ବିଦ୍ୟାର୍ଥୀ ମାନେ ରୋଗ ରେ ଆକ୍ରାନ୍ତ ହୁଅନ୍ତି। ଛାତ୍ରମାନେ ଏହା ମଧ୍ଯ ଅଭିଯୋଗ କରିଛନ୍ତି ଯେ ସେମାନେ ପୂର୍ବରୁ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ସେମାନଙ୍କ ଅଭିଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ସମସ୍ୟା ର ସମାଧାନ କରିନଥିବାରୁ ସେମାନେ ସେମାନଙ୍କ ଦାବି ପୂରଣ ପାଇଁ ଫାଟକ ରେ ତାଲା ପକାଇ ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି | ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ଉପରେ କର୍ତ୍ତୃପକ୍ଷ ଏହାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି | Post navigation ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ ‘ଦାନା’ର ପରବର୍ତ୍ତୀ ବିକଳ ଚିତ୍ର: ସାଗର ତଟରେ ଅନାହାରରେ ୮ ଶହରୁ ବେଶୀ ଗାଈ, ବାଛୁରୀ ଓ ଷଣ୍ଢ