କୋଲକାତାର ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପିଜି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣାରେ ଦେଶସାରା ଡାକ୍ତରଙ୍କ ପ୍ରତିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଘରୋଇ ହେଉ କି ଆବାସିକ ହସ୍ପିଟାଲର ଶହଶହ ଡାକ୍ତର ଏବେ କାମ ଛାଡି ଧାରଣାରେ ବସିଛନ୍ତି । ସେହିପରି ଏହି ଘଟଣାକୁ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଛି। ଆଜି ମହିଳା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ବୀଭତ୍ସ ହତ୍ୟା ଘଟଣାରେ କଟକ ଏସ୍‌ସିବିରେ ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଆନ୍ଦୋଳନ ପାଇଁ ଏମର୍ଜେନ୍ସୀକୁ ଛାଡ଼ିଦେଲେ ବାକି ସବୁ ସେବା ବନ୍ଦ କରିଛନ୍ତି ଜୁନିଅର ଡାକ୍ତର । ଓପିଡି, ଓଟି ସେବା ସହ ଲ୍ୟାବ ବନ୍ଦ ହୋଇଥିବାରୁ ରୋଗୀମାନେ ହନ୍ତସନ୍ତ ହୋଇଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *