କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଆଜି ହେବ ମେଡିକାଲରେ ଶବ ବ୍ୟବଚ୍ଛେଦ। ମୃତ ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ମୃତ ଛାତ୍ରୀଙ୍କ ବାପା ମାଆ। ଭୁବନେଶ୍ଵରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଛାତ୍ରୀଙ୍କ ବାପା ସୁନୀଲ ଲାମସାଲ୍ । ସେ କହିଛନ୍ତି ଆମେ କେବଳ ନ୍ୟାୟ ଚାହୁଁଛୁ । ‘ମୋ ଝିଅ ତ ଆଉ ନାହିଁ , ଅନ୍ୟ ନେପାଳୀ ଛାତ୍ରୀଙ୍କ ସହ ଏମିତି ନହେଉ । ଉଚ୍ଚ ଶିକ୍ଷା ପାଇଁ ଝିଅକୁ ଏତେ ଦୂର ପଠାଇଥିଲୁ। ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ କିନ୍ତୁ ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି । ଯାହା ଫଳରେ ମୋ ଝିଅ ଆଜି ନାହିଁ । କିଟ୍ ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି । କାର୍ଯ୍ୟକ୍ରମରେ କିଟରେ ପାଠ ପଢ଼ାଅ, ଭଲ ସ୍କୋପ୍ ଅଛି କହୁଥିଲେ । ଏହା ସହ ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ, ସୁରକ୍ଷା ବ୍ୟବସ୍ଥା ଭଲ କହୁଥିଲେ । ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶା ସରକାର ପୋଲିସ ପ୍ରଶାସନ ଉପରେ ଭରସା ଅଛି, ଆମକୁ ନିଶ୍ଚୟ ନ୍ୟାୟ ମିଳିବ। କିନ୍ତୁ ଛାତ୍ରମାନଙ୍କୁ ଏପରି କ୍ୟାମ୍ପସ୍ରୁ ତଡ଼ିଦେବା ଉଚିତ ନୁହେଁ, ସେମାନେ ପାଠ ପଢ଼ିବାକୁ ଆସିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଇନ୍ଫୋସିଟି ପୋଲିସ ତନାଘନା ଚଳାଇଥିବା ବେଳେ ଛାତ୍ରମାନଙ୍କୁ ସିକ୍ୟୁରିଟି ଗାର୍ଡ ମାନେ ମାଡ଼ ମାରିବାର ଭିଡିଓ ଭାଇରଲ ହେବା ପରେ ଦୁଇ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଛି ପୋଲିସ୍। ସୂଚନା ଯୋଗ୍ୟ; ରବିବାର ରାତ୍ରିରେ କିଟ୍ କ୍ୟାମ୍ପସ ପାରିସରରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଯାହାକୁ ନେଇ ରବିବାର ରାତି ଠାରୁ କ୍ୟାମ୍ପସରେ ବିଶୃଙ୍ଖଲା ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଉତ୍ୟକ୍ତ ଛାତ୍ର କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା କରିଥିବାର ମଧ୍ୟ ଅଭିଯୋଗ ହୋଇଥିଲା । କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କର୍ତ୍ତୃପକ୍ଷ ସୋମବାର ସାଇନେ ଡାଏ ଘୋଷଣା କରିବା ସହିତ ସମସ୍ତ ଆନ୍ତର୍ଜାତିକ ନେପାଳୀ ଛାତ୍ର ମାନଙ୍କୁ କ୍ୟାମ୍ପସ ଛାଡିବାକୁ ନୋଟିସ ଜାରି କରିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତି ଘରୋଇ ବସ୍ ମାଧ୍ୟମରେ କଟକ ଷ୍ଟେସନରେ ଛାଡିଦେଇଥିଲେ । ଏହାପରେ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଓଲିଙ୍କ ହସ୍ତକ୍ଷେପ ପରେ କିଟ୍ ପକ୍ଷରୁ ପୁନର୍ବାର କ୍ୟାମ୍ପସ ଫେରି ଆସିବାକୁ ଅନୁରୋଧ କରିଛନ୍ତି । Post navigation ଆଜି ଠାରୁ ଆରମ୍ଭ +୨ ପରୀକ୍ଷା ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ