ଭୁବନେଶ୍ବର ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜ୍ ବିପଦସଙ୍କୁଳ ଥିବା ସୂଚନା । ଓଭର ବ୍ରିଜ ଉପରେ ମରାମତି ଚାଲୁଥିବାରୁ ଏପରି ରାସ୍ତା ଜାମ ହେଉଥିବା ସୂଚନା ମିଳିଛି । ସର୍ଭିସ୍ ରୋଡ୍ ଦେଇ ଯିବା ଆସିବା କରୁଛି ଗାଡ଼ି । ଖଣ୍ଡଗିରି ଛକରେ ଟ୍ରାଫିକ୍ ଜାମ୍ ହେତୁ ଲୋକଙ୍କ ଅସନ୍ତୋଷ ଦେଖା ଯାଇଛି ।

ଖଣ୍ଡଗିରିରେ ଆହୁରି ୧୨ ଦିନ ଟ୍ରାଫିକ୍ ଜାମ୍ ହେବା ବୋଲି ସୂଚନା ମିଳିଛି। ଜାତୀୟ ରାଜପଥ ପ୍ରାଧିକରଣ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ୧୨ ଦିନ ପାଇଁ ଏନଏଚ-୧ ରେ ଟ୍ରାଫିକ୍ ଡାଇଭର୍ସନ କରିଛି ।

ଆଚାର୍ଯ୍ୟ ବିହାର ଆଡୁ ଯାଉଥିବା ଗାଡି ଗୁଡିକ ବରମୁଣ୍ଡା ଓଭର ବ୍ରିଜ୍ ପାରି ହେବା ପରେ ଖଣ୍ଡଗିରି ପାଖରେ ଡାଇଭଟ ହୋଇ ପୁଣି ଡୁମୁଡୁମା ନିକଟରେ ଜାତୀୟ ରାଜପଥ ଚଢୁଛନ୍ତି । ଫଳରେ ବରମୁଣ୍ଡାରୁ ଡୁମୁଡୁମା ଯାଏଁ ଯିବାକୁ ଘଣ୍ଟେରୁ ଅଧିକ ସମୟ ଲାଗୁଛି ।

Leave a Reply

Your email address will not be published. Required fields are marked *