ଭାଙ୍ଗିଲା ଖଣ୍ଡଗିରିର ବୈକୁଣ୍ଠଧାମ ଆଶ୍ରମ । ବହୁ ବାଦ ବିବାଦ ପରେ ଆଶ୍ରମରେ ଆଜି ବୁଲିଲା ବୁଲଡୋଜର । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଆଶ୍ରମରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମସ୍ତ ଅନ୍ତେବାସୀ ଆଶ୍ରମ ଖାଲି କରିବା ପରେ ବୁଲଡୋଜର୍ ଆକ୍ସନ୍ସ ଆରମ୍ଭ ହୋଇଛି । ଉଚ୍ଛେଦ ପ୍ରକ୍ରିୟାର ଭିଡ଼ିଓ ଗ୍ରାଫି କରାଯାଉଛି । ଏହା ସହିତ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଗୋଟିଏ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ଏବଂ ୧୦ଟି ସ୍କ୍ୱାର୍ଡ ମୁତୟନ କରାଯାଇଛି ।

ପୂର୍ବରୁ ବୈକୁଣ୍ଠଧାମ ଆଶ୍ରମ ଉପରେ ଜାରି ପାଇଁ ଅନ୍ତରୀଣ ସୁରକ୍ଷା ଆଦେଶକୁ ଉଠାଇଦେଇଥିଲେ ହାଇକୋର୍ଟ । ଏହି ବିବାଦୀୟ ଆଶ୍ରମ ସରକାରୀ ଜାଗାରେ ଗଢ଼ି ଉଠିଥିବା ଅଭିଯୋଗ ହୋଇଥିଲା ।

ସୂଚନା ଯୋଗ୍ୟ ; ବୈକୁଣ୍ଠ ଧାମର ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର ନିଜ ପୁଅ ସତ୍ୟ ଅନନ୍ତ ମାଧବକୁ କଳକୀ ଅବତାର ବୋଲି କହୁଥିଲେ । ଏଠାକୁ ପ୍ରତିଦିନ ଭକ୍ତଙ୍କ ଆଗମନ ହେଉଥିଲା । ପ୍ରବଚନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲା । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓରେ ପୁଅର ପାଦ ତଳେ ତୁଳସୀ ରଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ବାବା କାଶୀନାଥ ଏବଂ ତାଙ୍କ ପୁଅ ଚମ୍ପଟ ମାରିଥିଲେ । ଆଶ୍ରମରୁ ଦାମୀ ବାଇକ୍ ଏବଂ ଚାରି ଚକିଆ ଗାଡ଼ି ମିଳିଥିଲା ।

ଏହା ପରେ ୨୦୨୪ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡ଼ିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ବୈକୁଣ୍ଠଧାମ ଆଶ୍ରମରେ ମାପଚୁପ କରିଥିଲା । ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି । ଯାହାକୁ ଉଚ୍ଛେଦ କରିବାକୁ ବିଡିଏ ନିଷ୍ପତ୍ତି ନେଇଥିଲା । ଏନେଇ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ଯେଉଁ ଚିଠି ଦେଇଥିଲେ, ତାହା ସମ୍ପୂର୍ଣ୍ଣ ଭାବେ ଜାଲ୍‌ ବୋଲି ଜଣାପଡ଼ିଥିଲା ।

Leave a Reply

Your email address will not be published. Required fields are marked *